ବାସ୍ତୁ ଉପାୟ ଓ ବୈବାହିକ ଜୀବନ

ଶୟନ କକ୍ଷରେ ନିଜ ବିବାହ ସମୟର ଫଟୋ ଲଗାନ୍ତୁ। ଏହା ଦ୍ୱାରା ଦମ୍ପତ୍ତିଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ।
ପତିପତ୍ନୀ ଏକତ୍ରିତ ହସୁଥିବା ଚିତ୍ର ମଧ୍ୟ ଘରେ ନିଶ୍ଚୟ ଲଗାନ୍ତୁ।
ମାତାପିତା, ଭାଇଭଉଣୀଙ୍କ ଫଟୋ ଘରର ଉତ୍ତର ଦିଗରେ ଲଗାଇଲେ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ପରିବାର ଯେଉଁ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି ତାଙ୍କ ଫଟୋ ଦକ୍ଷିଣ କାନ୍ଥରେ ଲଗାନ୍ତୁ।
ଘରର ଭୋଜନ କକ୍ଷରେ ସମଗ୍ର ପରିବାର ସଦସ୍ୟଙ୍କ ଏକତ୍ରିତ ଫଟୋ ଲଗାନ୍ତୁ। ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ।
ପ୍ରତି ଶୁକ୍ରବାର ସ୍ୱାମୀସ୍ତ୍ରୀ ଏକାଠି ଫୁଲ କିଣିବା ଉଚିତ। ଭ୍ରମଣରେ ମଧ୍ୟ ଯାଆନ୍ତୁ।
କେବଳ ଗୋଲାପ କିମ୍ବା ଧଳା ରଙ୍ଗର ଫୁଲ କିଣନ୍ତୁ। ।
ଶୟନ କକ୍ଷରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଶୁଅନ୍ତୁ।
ଶୟନ କକ୍ଷରେ ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ।
ଶୁକ୍ରବାର ଦିନ ସୁଗନ୍ଧିତ ଅତରକୁ ମା’ ଲକ୍ଷ୍ମୀ ନାରାୟଣକୁ ଅର୍ପଣ କରି ତାହାକୁ ନିଜେ ବ୍ୟବହାର କରନ୍ତୁ।
ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ଦୁର୍ଗାଙ୍କୁ ଧଳା ରଙ୍ଗର ମିଠା ଭୋଗ କରନ୍ତୁ।
ଏହାପରେ ସେହି ଭୋଗକୁ ସ୍ୱାମୀ ସ୍ତ୍ରୀ ଖାଆନ୍ତୁ।
ଶୁକ୍ରବାର ଦିନ ଖଟା ଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ।
ପତ୍ନୀ ନିଜ ବାପ ଘରୁ ଆଣିଥିବା ଖଟକୁ ଶୋଇବା ପାଇଁ ବ୍ୟବହାର କରିବା ଉଚିତ। ଶାଶୁ ଘରର ପୂର୍ବରୁ ଥିବା ପୁରୁଣାଖଟ ବ୍ୟବହାର କରନ୍ତୁ ନାହିଁ।
ସ୍ୱାମୀ ସ୍ତ୍ରୀ ସର୍ବଦା ସୁନା କିମ୍ବା ରୂପାର ଯେକୌଣସି ଅଳଙ୍କାର ଧାରଣ କରନ୍ତୁ।
ଶୟନ କକ୍ଷରେ ପଲଙ୍କ ସମ୍ମୁଖରେ ଆଇନା ରଖନ୍ତୁ ନାହିଁ। ପଲଙ୍କ ସମ୍ମୁଖରେ ଆଇନା ରହିବା ଦ୍ୱାରା ଆପଣ ସର୍ବଦା ଚିନ୍ତାଗ୍ରସ୍ତ ରହିବେ।
ଶୟନ କକ୍ଷରେ ଝରକା ସମ୍ମୁଖରେ ଆଇନା ରହିବା ଦ୍ୱାରା, ଆଇନା ଉପରେ ରଶ୍ମି ପ୍ରତିଫଳିତ ହୋଇ ଆପଣଙ୍କ ଉପରେ ପଡ଼ିଥାଏ। ଏହା ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ।
ଶୟନ କକ୍ଷରେ ବସିବା ପାଇଁ ଟେବୁଲ ଓ ଚ୍ୟାୟାରର ଆକାର ଅର୍ଦ୍ଧଚନ୍ଦ୍ରାକାର , ବୃତ୍ତାକାର ହେବା ଉଚିତ ନୁହେଁ। ଏପରି ହେବା ଦ୍ୱାରା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହେ ନାହିଁ।
ଶୟନ କକ୍ଷରେ ଏପରି ସ୍ଥାନରେ ଲାଇନ ଲଗାନ୍ତୁ ଯେପରି, ଏହା ସିଧାସଳଖ ପଲଙ୍କ ଉପରେ ନପଡ଼ୁଥିବ। ପଲଙ୍କର ବାମ ପଟେ ପଡ଼ିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଶୟନ କକ୍ଷରେ ଝରକା ନିଶ୍ଚୟ ରଖନ୍ତୁ। କାରଣ କକ୍ଷରେ ପ୍ରତିଦିନ ସୂର୍ୟ୍ୟାଲୋକ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏପରି ହେବା ଦ୍ୱାରା ଶୟନ କକ୍ଷରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।
ଶୋଇବା ସମୟରେ ପାଦ କକ୍ଷର ଦରଜା ସମ୍ମୁଖକୁ କରନ୍ତୁ ନାହିଁ।
ଶୟନ କକ୍ଷରେ ଦରଜାର ଅତି ନିକଟରେ ପଲଙ୍କ ରଖନ୍ତୁ ନାହିଁ। ପଲଙ୍କ ଦରଜାର ନିକଟରେ ରହିବା ଦ୍ୱାରା ଦମ୍ପତ୍ତିଙ୍କ ମନରେ ଅଶାନ୍ତି ରହିଥାଏ।

Comments are closed.