ମରକ୍କୋ, କ୍ରୋଏସିଆକୁ ପ୍ରିକ୍ବାର୍ଟର ଯୋଗ୍ୟତା

ଦୋହା/ଅଲ୍ ରାୟାନ୍ : ଚଳିତ ଫୁଟ୍ବଲ ବିଶ୍ବକପ୍ରେ ଗ୍ରୁପ୍ ‘ଏଫ୍’ରୁ ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି ମରକ୍କୋ ଓ କ୍ରୋଏସିଆ। ଗୁରୁବାର ଏକା ସମୟରେ ଏହି ଗ୍ରୁପ୍ର ଶେଷ ରାଉଣ୍ଡର ୨ଟି ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ କାନାଡାକୁ ୨-୧ ଗୋଲ୍ରେ ପରାସ୍ତକରି ସର୍ବାଧିକ ୭ ପଏଣ୍ଟ ସହ ମରକ୍କୋ ଗ୍ରୁପ୍ ଶୀର୍ଷରେ ରହି ଶେଷ-୧୬ରେ ପହଞ୍ଚିଛି। ପୁଣି ବିଶ୍ବର ୨ନଂ ଦଳ ବେଲ୍ଜିୟମ୍ ସହ ୦-୦ ଡ୍ର ରଖି କ୍ରୋଏସିଆ ୫ ପଏଣ୍ଟ ସହ ୨ୟ ସ୍ଥାନରେ ରହି ରାଉଣ୍ଡ-୧୬େର ପହଞ୍ଚିଛି। କ୍ରୋଏସିଆକୁ ହରାଇଥିଲେ ବେଲ୍ଜିୟମ୍ ଶେଷ-୧୬ରେ ପହଞ୍ଚିଥାଆନ୍ତା। ମରକ୍କୋ ପ୍ରଥମ ମ୍ୟାଚ୍ କ୍ରୋଏସିଆ ସହ ଡ୍ର ରଖିଥିବା ବେଳେ ବେଲ୍ଜିୟମ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଗ୍ରୁପ୍ରେ ୨ୟ ବିଜୟ ପରେ ୩୬ ବର୍ଷ ପରେ ମରକ୍କୋ ୨ୟ ଥର ବିଶ୍ବକପ୍ର ପ୍ରିକ୍ବାର୍ଟରରେ ପହଞ୍ଚିଛି।
ଶେଷ ମ୍ୟାଚ୍ରେ କାନାଡାକୁ ହରାଇ ଗ୍ରୁପ୍ର ଶୀର୍ଷ ସ୍ଥାନ ହାସଲ ଲକ୍ଷ୍ୟରେ ଆଫ୍ରିକୀୟ ଦଳ ମରକ୍କୋେ ପଡ଼ିଆକୁ ଓହ୍ଲାଇଥିଲା। କାନାଡା ପ୍ରିକ୍ବାର୍ଟରଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲେ ବି ତା’ର ଦମ୍ ଦେଖାଇବାର ଯୋଜନା ରଖିଥିଲା। କାନାଡ଼ା ଖେଳାଳିଙ୍କ ତ୍ରୁଟିରୁ ୪ର୍ଥ ମିନିଟରେ ମରକ୍କୋ ଗୋଲ୍ଦେଇ ଆଗୁଆ ହୋଇ ଯାଇଥିଲା। କାନାଡାର ଷ୍ଟିଭେନ୍ ଭିଟୋରିଆ ଏକ ପାସ୍ ପାଇ ବେପରୁଆ ଭାବେ ତାଙ୍କ ଗୋଲ୍ରକ୍ଷକ ମିଲାନ୍ ବୋର୍ଜାନ୍ଙ୍କୁ ବଲ୍ ବଢ଼ାଇ ଦେଇଥିଲେ। ହେଲେ ମରକ୍କୋ ଫରୱାର୍ଡ ହକିମ୍ ଜିୟେଚ୍ ପଛରେ ଆସୁଥିବା ଭିଟୋରିଆ ଦେଖିନଥିଲେ। ଗୋଲ୍ରକ୍ଷକ ବୋର୍ଜାନ୍ ତରବରିବା ଭାବେ ବଲ୍କୁ କ୍ଲିୟର କରିଥିଲେ। ବଲ୍ ପହଞ୍ଚିଥିଲା ଜିୟେଚ୍ଙ୍କ ପାଖରେ। ଏହାକୁ ଜିୟେଚ୍ ଖାଲି ଗୋଲ୍ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ଏହି ଗୋଲ୍ ପରେ ମରକ୍କୋ ଅଧିକ ଉତ୍ସାହିତ ହୋଇ ଖେଳିଥିଲା। ୧୫ ମିନିଟରେ କାନାଡା ସୁଯୋଗ ପାଇଥିଲା। କାଏଲ୍ ଲାରିନ୍ଙ୍କ କ୍ରସ୍ରୁ ତାଜୋନ୍ ବୁକାନାନ୍ ଗୋଲ୍ଦେବା ସୁଯୋଗ ଛାଡ଼ିଥିଲେ। ୨୩ ମିନିଟରେ ମରକ୍କୋ ୨ୟ ଗୋଲ୍ ଦେଇଥିଲା। ପାସ୍ ପାଇ ମରକ୍କୋର ୟୁସେଫ୍ ଏନ୍ ନେସାୟରି ତାଙ୍କୁ ଘେରିଥିବା ଡିଫେଣ୍ଡରଙ୍କୁ ଚକ୍ମାଦେଇ ଗୋଲ୍ ଦେଇଥିଲେ। ମରକ୍କୋର ଆବ୍ଦେଲହମିଦ୍ ସାବିରିଙ୍କୁ ୩୪ ମିିନିଟରେ ଗୋଲ୍ଦେବାରୁ ରୋକି ଦେଇଥିଲେ ଆଲିଷ୍ଟାୟାର ଜନ୍ସନ। ୪୦ ମିନିଟରେ ମରକ୍କୋର ଆତ୍ମଘାତୀ ଗୋଲ୍ କାନାଡାକୁ ଉତ୍ସାହିତ କରିଥିଲା। କାନାଡାର ସାମ୍ ଆଦେକୁଗ୍ବେ ମାରିଥିବା ସଟ୍କୁ ରୋକିବା ପ୍ରୟାସରେ ନାୟେଫ୍ ଆଗୁଏର୍ଡ ବଲ୍କୁ ନିଜ ଗୋଲ୍ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧର ଇଞ୍ଜ୍ୟୁରି ସମୟରେ ୟୁସେଫ୍ ଏନ୍ ନେସାୟରି ଗୋଲ୍ ଦେଇଥିଲେ ହେଁ ଏହା ଅଫ୍ସାଇଡ୍ ଘୋଷିତ ହୋଇଥିଲା। ପ୍ରଥମାର୍ଦ୍ଧ ଅପେକ୍ଷା କାନାଡା ଦ୍ବିତୀୟାର୍ଦ୍ଧରେ ଭଲ ଖେଳିଥିଲା। ୭୪ ମିନିଟରେ କାନାଡା ନିଶ୍ଚିତ ଗୋଲ୍ରୁ ବଞ୍ଚିତ ହୋଇଥିଲା। ଜୁନିୟର ହଏଲେଟ୍ ମାରିଥିବା କର୍ଣ୍ଣରରୁ ଆଟିବା ହଚିନ୍ସନ ଜୋରଦାର ହେଡ୍ କରିଥିଲେ ହେଁ ବଲ୍ ଗୋଲ୍ପୋଷ୍ଟରେ ବାଜିଥିଲା। ଶେଷ ମିନିଟରେ ଗୋଲ୍ ବରଣ କରିବାରୁ ମରକ୍କୋ ବଞ୍ଚି ଯାଇଥିଲା।
ବେଲ୍ଜିୟମର ବିଦାୟ
ବିଶ୍ବର ୨ ନମ୍ବର ଦଳ ବେଲଜିୟମ୍ ଫିଫା ବିଶ୍ବକପ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ବେଲଜିୟମକୁ ବିଦାୟ ରାସ୍ତା ଦେଖାଇଛି ଗତଥରର ରନର୍ସଅପ କ୍ରୋଏସିଆ। ଗୁରୁବାର ଗ୍ରୁପ୍ ‘ଏଫ୍’େର କ୍ରୋଏସିଆ-ବେଲ୍ଜିୟମ ମ୍ୟାଚ ଗୋଲଶୂନ୍ୟ ରହିଛି। ବେଲଜିୟମକୁ ରାଉଣ୍ଡ-୧୬ରେ ପହଞ୍ଚିବା ଲାଗି ଉକ୍ତ ମ୍ୟାଚ ନିଶ୍ଚିତ ବିଜୟ ଆବଶ୍ୟକତା ଥିଲ। ବେଲ୍ଜିୟମ ୩ଟି ମ୍ୟାଚରୁ ଗୋଟିଏ ଲେଖାଏଁ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ସହ ଗ୍ରୁପ୍ର ୩ୟ ସ୍ଥାନରେ ରହି ଅଭିଯାନ ଶେଷକରିଛି।
୨୦୧୮ ବିଶ୍ବକପ୍ର ରନର୍ସଅପ କ୍ରୋଏସିଆ ଓ ୩ୟ ସ୍ଥାନ ହାସଲ କରିଥିବା ବେଲଜିୟମ ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ବେଲ୍ଜିୟମ ପାଇଁ ମ୍ୟାଚ ଜିତିବା ଜରୁରୀ ଥିଲା। ମ୍ୟାଚ୍ର ୧୦ ସେକେଣ୍ଡରେ କ୍ରୋଏସିଆର ପେରିସିଚ୍ଙ୍କ ଏକ ସଟ୍ ବେଲ୍ଜିୟମ ଗୋଲପୋଷ୍ଟ ପାଖ ଦେଇ ଚାଲି ଯାଇଥିଲା। ୧୦ ମିନିଟ୍ରେ ବେଲଜିୟମ ଫରୱାର୍ଡ କାରାସ୍କୋ ଗୋଲପୋଷ୍ଟକୁ ମାରିଥିଲେ ମଧ୍ୟ କ୍ରୋଏସିଆ ଗୋଲରକ୍ଷକ ଡ୍ରାଇଭ ମାରି ବଲ୍କୁ ବାହାର କରି ଦେଇଥିଲେ। ୧୮ ମିନିଟ୍ରେ କ୍ରୋଏସିଆକୁ ଏକ ପେନାଲ୍ଟି ମିଳିଥିଲେ ହେଁ ଭିଏଆର୍ ଜରିଆରେ ଏହା ନାକଚ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିିଥିଲ। ନକଆଉଟକୁ ଉନ୍ନୀତ ହେବା ଲାଗି ବେଲ୍ଜିୟମ କୌଣସି ମତେ ମ୍ୟାଚକୁ ଜିତିବାକୁ ଉଦ୍ୟମ କରିଥିଲ। ମାର୍ଟିନଙ୍କ ସ୍ଥାନରେ ତାରକା ଫରୱାର୍ଡ ରୋମେଲୁ ଲୁକାକୁ ପଡିଆକୁ ଓହ୍ଳାଇଥିଲେ। ହେଲେ ଲୁକାକୁ ହିଁ ବେଲ୍ଜିୟମ୍ ପାଇଁ ଖଳନାୟକ ସାଜିଥିଲେ। ଶେଷ ୧୦ ମିନିଟରେ ଲୁକାକୁ ଗୋଲ୍ ସମ୍ମୁଖରେ ୨ଟି ସହଜ ସୁଯୋଗ ଛାଡ଼ିଥିଲେ। ଶେଷ ମିନିଟ୍ ପର୍ଯ୍ୟନ୍ତ ଗୋଲ ଦେବା ନେଇ ବେଲ୍ଜିୟମ ଉଦ୍ୟମ କରି ବିଫଳ ହୋଇଥିଲା। ୮୯ ଓ ୯୦ ମିନିଟ୍ରେ ବେଲ୍ଜିୟମ ପାଇଁ ଲୁକାକୁ ୨ଟି ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିିଥିଲେ; ଯାହା ଦଳ ପାଇଁ ଶେଷରେ ମହଙ୍ଗା ପଡ଼ିଥିଲା।
Comments are closed.