ପୁଣି ଚମକିଲା ସେନସେକ୍ସ: ୪୩୨ ପଏଣ୍ଟ ଉପରକୁ ଉଠି ଛୁଇଁଲା ୪୪୨୫୯

ଗୁରୁବାର ପୁଣି ଥରେ ଚମକିଛି ସେନସେକ୍ସ । ଗତକାଲି ପାଖାପାଖି ୭୦୦ ପଏଣ୍ଟ ହ୍ରାସ ପାଇବା ଯୋଗୁଁ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହରାଇଥିବା ନିବେଶକ ଆଜି କିଛି ପରିମାଣରେ ସେମାନଙ୍କର କ୍ଷତି ଭରଣା କରି ପାରିଛନ୍ତି । ୪୩୨ ପଏଣ୍ଟ ଉପରକୁ ଉଠି ସେନସେକ୍ସ ଗୁରୁବାର ୪୪୨୫୯.୪୪ରେ ପହଞ୍ଚିଛି । ଅନୁରୂପ ଭାବରେ ନିଫ୍ଟି ମଧ୍ୟ ୧୨୮ ପଏଣ୍ଟ ଉପରକୁ ଉଠି ୧୨୯୮୭ରେ ପହଞ୍ଚିଛି ।

ଗୁରୁବାର ବଜାଜ ଫାଇନାନ୍ସ, ବଜାଜ ଅଟୋ, ଏଚଡ଼ିଏଫସି ବ୍ୟାଙ୍କ, ଏଚସିଏଲ, ଟାଇଟନ ଆଦି କମ୍ପାନୀ ବେଶ ଲାଭ କରିଛନ୍ତି। ଅନ୍ୟପକ୍ଷରେ ମାରୁତି, ଓଏନଜିସି, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟେକ ମହିନ୍ଦ୍ରା ଆଦି କ୍ଷତି ସହିଛନ୍ତି ।

 

Comments are closed.