ଭୁବନେଶ୍ଵର ମାର୍କେଟ ବିଲ୍‌ଡିଂ ସିଲ୍‌

ଭୁବନେଶ୍ଵର: ମାର୍କେଟ ବିଲ୍‌ଡିଂକୁ ସିଲ୍‌ କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏଠାରେ ଲୋକେ କୋଭିଡ କଟକଣା ମାନୁ ନ ଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆଗାମୀ ୪୮ ଘଣ୍ଟା ପାଇଁ ମାର୍କେଟ୍‌ ବିଲ୍ଡିଂକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି।

ବୁଧବାର ସନ୍ଧ୍ୟା ବିଏମସି ମାର୍କେଟ ବିଲ୍ଡିଂକୁ ସିଲ୍‌ କରିବା ସମୟରେ ଭୁବନେଶ୍ଵର ଡିସିପି ଏବଂ ବିଏମସି ଜୋନାଲ କମିଶନର ଉପସ୍ଥିତ ଥିଲେ। ଉଭୟ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ସିଲ୍‌ କରାଯାଇଥିଲା। ଫଳରେ ସପ୍ତାହନ୍ତ ଲକଡାଉନ ପରେ ଆସସ୍ତା ସୋମବାର ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ଜଣାପଡ଼ିଛି।

Comments are closed.