ମାର୍କ ଜୁକରବର୍ଗ, କିଛି ଅଜଣା କଥା

ଫେସବୁକ୍‌ର ସହ-ପ୍ରତିଷ୍ଠାତା ଭାବେ ପୂରା ଦୁନିଆ ମାର୍କ ଜୁକରବର୍ଗଙ୍କୁ ଜାଣେ, ଦିନକୁ ଦିନ ଏଇ ସୋସିଆଲ୍‌ ସାଇଟ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଯୁବପିଢ଼ି ଓ ବୟସ୍କ ବିଭିନ୍ନ ବର୍ଗର ଲୋକେ ଫେସବୁକ୍‌ ଜରିଆରେ ବନ୍ଧୁତା ସ୍ଥାପନ କରିବା ସହ ସଂଖ୍ୟାଧିକ କମ୍ପାନୀ ଏହା ଜରିଆରେ ସେମାନଙ୍କ ବ୍ୟବସାୟ ଓ ବିଜ୍ଞାପନର ପ୍ରଚାର ମଧ୍ୟ କରୁଛନ୍ତି।

– ୩୬ ବର୍ଷୀୟ ମାର୍କ ଜଣେ ଯୁବଉଦ୍ୟୋଗୀ, ନିଜ କାମକୁ ନେଇ ସେ ବେଶ୍ ସଚେତନ। ହେଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ କିଛି କମ୍ ସତର୍କ ନୁହନ୍ତି। ବିଶ୍ବ ଗଣମାଧ୍ୟମ ମାର୍କଙ୍କ ପାରିବାରିକ ଜୀବନ ବିଷୟରେ ଜାଣିବାରେ ବେଶ୍ ଆଗ୍ରହୀ, କିନ୍ତୁ ମାର୍କ ସେ ସମସ୍ତଙ୍କଠାରୁ ବେଶ୍ ଦୂରତାରେ ଚାଲୁଛନ୍ତି।

– ସାକ୍ଷାତକାର୍‌ ସେ ବରାବର ଦେଇଆସୁଛନ୍ତି, ହେଲେ ତାଙ୍କ ଘର, ପରିବାର, ପତ୍ନୀ, ପିଲାଙ୍କ ବିଷୟରେ ପଚାରିବା ପୂର୍ବରୁ ମାର୍କ ବିନମ୍ରତାର ସହ କ୍ଷମାପ୍ରାର୍ଥନା କରନ୍ତି। ବ୍ରିଟେନ୍‌ର ଏକ ପତ୍ରିକାରେ ଏଇ ତଥ୍ୟ ପ୍ରକାଶିତ ହୋଇଥିଲା।

– ଦୁଇ ଝିଅ ଓ ପତ୍ନୀ ପ୍ରିସ୍କିଲା ଚାନ୍‌ଙ୍କୁ ନେଇ ମାର୍କଙ୍କ ହସଖୁସିର ସଂସାର ଆଗେଇବାରେ ଲାଗିଛି। ଧନୀ ଯୁବ ଉଦ୍ୟୋଗୀ ମାର୍କ ସଉକ୍ ବେଶୀ ମହଙ୍ଗା ନୁହେଁ, ସାଧାରଣ ବେଶ୍‌ପୋଷାକରେ ରହିବାକୁ ପସନ୍ଦ କରୁଥିବା ଏଇ ବ୍ୟକ୍ତିଜଣକ ନିଜ ଘର କିଣାରେ କୋଟିକୋଟି ଟଙ୍କା ବ୍ୟୟ କରିଛନ୍ତି। ମିଳିଥିବା ଖବର ଅନୁସାରେ, ମାର୍କ ନିଜ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଆମେରିକାର ବିଭିନ୍ନ ପ୍ରାନ୍ତରେ ୪ଟି ଅଟ୍ଟାଳିକା କିଣିଛନ୍ତି। ନଚେତ୍ ତାଙ୍କର କାର୍ ସଉକ୍ ଆଦୌ ନାହିଁ, ବିଳାସମୟ ଓ ଦାମୀ କାର୍‌ରେ ମାର୍କଙ୍କ ଆଦୌ ରୁଚିନ ଥିବାର ସେ କେତୋଟି ସାକ୍ଷାତକାର୍‌ରେ ସ୍ପଷ୍ଟ କରିଛନ୍ତି।

Comments are closed.