ବୋଲେରୋ ସହ ୧ କ୍ୱିଣ୍ଟାଲ ୩୩ କେଜି ଗଂଜେଇ ଜବତ, ୨ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ନବରଙ୍ଗପୁର ଏସ.ପି ଙ୍କ ନିର୍ଦେଶକ୍ରମେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନଙ୍କ ତତ୍ୱାବଧାନରେ ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଧୁ ଶବର ଏବଂ ମାଇଦଲପୁର ଫାଣ୍ଡି ଅଧିକାରୀ ଅନକ୍ଷମୁ ଦିଆନ ପ୍ରମୁଖ ଆଜି ମାଇଦଳପୁର ଫାଣ୍ଡି ନିକଟରେ ଏକ ବୋଲେରୋ ଗାଡି କୁ ଅଟକାଇ ଯାଞ୍ଚ କରିବାପରେ ଗାଡିରେ ଗଂଜେଇ ଥିବା ଜାଣିବାପରେ ଗାଡ଼ିରୁ ଗଂଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶର ବାଲି ଜିଲ୍ଲାର ଶୈଳେନ୍ଦ୍ର କୁମାର ରାମ ଏବଂ ପ୍ରିନ୍ସ କୁମାର ଗିରି ଙ୍କୁ ଗିରଫ କରିଛନ୍ତି । ଗିରଫ ୨ଜଣ ଜବତ ଗଂଜେଇକୁ କୋରାପୁଟ ଅଂଚଳରୁ ସମ୍ବଲପୁର ନେଉଥିବା ପ୍ରକାଶ କରିଥିଲେ । ଜବତ ଗଂଜେଇକୁ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀଙ୍କ ଉପସ୍ଥିତରେ ମାପ କରିବାପରେ ସେଥିରେ ୧କ୍ୱିଣ୍ଟାଲ ୩୩ କେଜି ଗଂଜେଇ ଥିବା ଜଣାପଡିଛି ।

Comments are closed.