ଖରାଦିନର ଟ୍ୟାନ୍ ସମସ୍ୟା ଦୂର କରି ତ୍ବଚାକୁ ଉଜ୍ବଳ କରେ ମେରିଗୋଲ୍ଡ ଫେସପ୍ୟାକ୍

ସାଧାରଣତଃ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଯୋଗୁଁ ତ୍ବଚାରେ ଟ୍ୟାନ୍ ପଡ଼ିବା ଏକ ମୁଖ୍ୟ ସମସ୍ୟା ହୋଇଥାଏ। ଏହାକୁ ଦୂରେଇବା ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର ଥାଆନ୍ତି। ଏହାଦ୍ବାରା ଅନେକ ଟଙ୍କା ଖର୍ଚ୍ଚ ହେବା ସହ ପାର୍ଶ୍ବ ପ୍ରତିକ୍ରିୟାର ମଧ୍ୟ ଭୟ ଥାଏ। ତେବେ ଘରୋଇ ଉପାୟରେ ପ୍ରସ୍ତୁତ ଏପରି ଏକ ଫେସପ୍ୟାକ୍ ରହିଛି ଯାହାକୁ ବ୍ୟବହାର କରିବା ଦ୍ବାରା ଟ୍ୟାନ୍ ସମସ୍ୟା ଚୁଟକିରେ ଦୂର ହେବା ସହ ତ୍ବଚା ଉଜ୍ବଳ ଓ ଚମକପ୍ରଦ ହୋଇଥାଏ। ତାହା ହେଉଛି ମେରିଗୋଲ୍ଡ ଫେସପ୍ୟାକ୍। ଚାଲନ୍ତୁ ଜାଣିବା ଏହି ପ୍ୟାକ୍ ପ୍ରସ୍ତୁତ କରିବାର ଉପାୟ –

ମେରିଗୋଲ୍ଡ ଫେସପ୍ୟାକ୍ :
ଟ୍ୟାନ୍ ଦୂର କରିବା ପାଇଁ ମ୍ୟାରିଗୋଲ୍ଡ ଫେସପ୍ୟାକ୍ ଖୁବ୍ ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବାକୁ ବଟା ହୋଇଥିବା ଦୁଇଟି ଗେଣ୍ଡୁ ଫୁଲର ପେଷ୍ଟ ସହ ଚନ୍ଦନ ପାଉଡର, ଦହି ଏବଂ ଲେମ୍ବୁ ରସ ମିଶାନ୍ତୁ। ଏହି ପେଷ୍ଟକୁ ଚେହେରାରେ ଲଗାଇ ୨୦ ମିନିଟ୍ ପର୍ୟ୍ୟନ୍ତ ରଖନ୍ତୁ। ତା’ପରେ ଥଣ୍ଡା ପାଣିରେ ଚେହେରା ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ।

Comments are closed.