୧ଲକ୍ଷ ୩୦ହଜାର ଟଙ୍କାରେ ନିଲାମ ହେଲା ମରୀଚି କୁଣ୍ଡ ପ୍ରଥମ କଳସୀ

ଭୁବନେଶ୍ବର : ନେତ୍ରୋତ୍ସବରେ ଏକାମ୍ର କ୍ଷେତ୍ର ମୁକ୍ତେଶ୍ବର ପୀଠ ଚଳଚଞ୍ଚଳ ହୋଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ପ୍ରତିଷ୍ଠା ପାଇଁ ମରୀଚି କୁଣ୍ଡ ପାଣି ଖଳାକୁ ଯିବା ପରେ ବଡୁ ନିଯୋଗ ସେବାୟତ କୁଣ୍ଡର ପାଣିକୁ ନିଲାମ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ହୋଇଥିଲା। ପ୍ରଥମ କଳସୀ ପାଣି ୨୬ହଜାରରୁ ଆରମ୍ଭ ହୋଇ ୧ଲକ୍ଷ ୩୦ହଜାର ମୂଲ୍ୟରେ ନିଲାମ ହୋଇଥିଲା। ମହିଳାଙ୍କ ବନ୍ଧ୍ୟାଦୋଷ ଓ ନିଃସନ୍ତାନରୁ ମୁକ୍ତି ପାଇଁ ମହିଳାମାନେ ଚୈତ୍ରମାସ କୃଷ୍ଣ ସପ୍ତମୀ ତିଥିରେ ନିଷ୍ଠାର ସହ ମରୀଚି ପାଣିରେ ସ୍ନାନ କରି ପୂଜାର୍ଚ୍ଚନା କରିବାକୁ ଆସିଥିଲେ। ବଡୁ ସେବାୟତ ପକ୍ଷରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ କରି ଏକାଧିକ କଳସୀ ପାଣିକୁ ନିଲାମ କରାଯାଇଥିଲା। ଆଗ୍ରହୀ ଶ୍ରଦ୍ଧାଳୁ ଗୁଆ ଓ ନଡ଼ିଆ ମାନସିକ ରଖି ପାଣି ନିଲାମରେ ଭାଗ ନେଇଥିଲେ।

Comments are closed.