ମାଲକାନଗିରିରେ ମିନି ମାରାଥନ

0

ମାଲକାନଗିରି : ମାଲକାନଗିରି ଡ଼ି ଏନ କେ ଫୁଟବଲ ପଡ଼ିଆ ଠାରୁ ଡ଼ି ଆର ଡ଼ିଏ ଛକ, ଆଇ ଏମ ଏସ ଟି ଛକ ଓ ବାଲିମେଳା ଛକ ଠାରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଛି। ଏହାର ଶୁମ୍ଭାରମ୍ଭ ଜିଲ୍ଲାପାଳ ଶ୍ରୀ ମନିଷ ଅଗ୍ରୱାଲ , ବିଧାୟକ ଶ୍ରୀ ମାନସ ମାଡ଼କାମି, ପି ଡ଼ି ଡ଼ି ଆର ଡ଼ିଏ ଶ୍ରୀ ଲିଙ୍ଗରାଜ ପଣ୍ଡା କରିଥିଲେ। ଏଥିରେ ଡ଼ି ଆଇ ପି ଆର ଓ ତଥା ଏ ପି ଡ଼ି ଫାଇନାନ୍ସ ଶ୍ରୀ ମାନଓ କୁମାର ମିଶ୍ର ଏବଂ କ୍ରୀଡ଼ା ଅଧିକାରୀ ଶ୍ରୀ ଜ୍ଞାନନ୍ଦ୍ର ପ୍ରସାଦ ବଢାଇ ସହଯୋଗ କରିଥିଲେ। ଏହି ଦୌଡ଼ରେ ଶତାଧିକ ବିଦ୍ୟାଳୟ ଓ କଲେଜ ଛାତ୍ରଛାତୀ ସହିତ ପୁଲିସ ଓ ବିଭିନ୍ନ ବର୍ଗର ଲୋକେ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଭାଗ ନେଇଥିଲେ।

Leave A Reply