ମରାଠା ଆନ୍ଦୋଳନ: ପୁଣି ୨ଜଣଙ୍କ ଆତ୍ମହତ୍ୟା

0

ମୁମ୍ବଇ : ମରାଠା ଆନ୍ଦୋଳନରେ ପୁଣି ଦୁଇଜଣଙ୍କ ଜୀବନ ହାନି ଘଟିଛି। ଦୁଇ ଜଣ ଆନ୍ଦୋଳନ ସପକ୍ଷବାଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁଲେଖରେ ସେମାନେ ସଂରକ୍ଷଣ ଦାବିରେ ଚରମ ପଦକ୍ଷେପ ନେଉଥିବା ଉଲ୍ଲେଖ କରିଛନ୍ତି। ଏହାକୁ ମିଶାଇ ଗତ ଦୁଇ ସପ୍ତାହ ମଧ୍ୟରେ ମରାଠା ସଂରକ୍ଷଣ ଆନ୍ଦୋଳନ ପାଇଁ ୮ଜଣ ଆତ୍ମହତ୍ୟା କରିଥିବାବେଳେ ଜଣଙ୍କର ସଂଘର୍ଷରେ ମୃତ୍‍୍ୟୁ ହୋଇଛି। ସର୍ବାଧିକ ଆତ୍ମହତ୍ୟା ଔରଙ୍ଗାବାଦ ଅଞ୍ଚଳରେ ଘଟିଛି। ଶନିବାର ରାତିରେ ଆତ୍ମହତ୍ୟା କରିଥିବା ଦୁଇ ଜଣ ହେଉଛନ୍ତି ନାଭି ମୁମ୍ବଇ ଅଞ୍ଚଳର ୨୫ବର୍ଷୀୟ ଅରୁଣ ଜଗନ୍ନାଥ ଭଡ଼ାଲେ ଓ ଔରଙ୍ଗାବାଦ ଅଞ୍ଚଳର ପରମେଶ୍ୱର ବାବନ ଘୋଙ୍ଗଡ଼େ। ପୁଲିସ ଉଦ୍ଧାର କରିଥିବା ସେମାନଙ୍କ ଚିଠିରେ ମରାଠାଙ୍କ ଦାବି ପୂରଣରେ ସରକାର ଅଯଥା ବିଳମ୍ବ କରୁଥିବା ପ୍ରତିବାଦରେ ସେମାନେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି। ଏହାଛଡ଼ା ଚାକିରି ମିଳୁ ନ ଥିବା ଓ ବ୍ୟାଙ୍କ ଋଣ ଦେଉ ନ ଥିବା ବିଷୟ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ପୁଲିସ ଏହାର ତଦନ୍ତ ଚଳାଇଛି।

Leave A Reply