ଉଦ୍ଧବ ସରକାରଙ୍କ ମରାଠା କାର୍ଡ – ବେସରକାରୀ କ୍ଷେତ୍ରରେ ୮୦ % ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସର ମେଣ୍ଟ ସରକାର ଆଗାମୀ ଦିନରେ ଏକ ବଡ ଘୋଷଣା କରିବାକୁ ଯାଉଥିବା ଜଣ ପଡିଛି। ଏହି ଘୋଷଣା ସେଠାକାର ସ୍ଥାନୀୟ ଲୋକଙ୍କୁ କର୍ମ ନିୟୋଜନ ଯୋଗାଇ ଦେବା ସହ ସମ୍ପର୍କିତ। ସେଠାକାର ରାଜ୍ୟପାଳ ଭଗତ ସିଂହ କୋସିଆରି କହିଛନ୍ତି, ବେସରକାରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମହାରାଷ୍ଟ୍ର ବିଧାନ ଭବନରେ ଆଜି ବିଧାୟକମାନଙ୍କ ମିଳିତ ବୈଠକକୁ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି, ମେଣ୍ଟ ସରକାର ବେକାରୀ ସମସ୍ୟାକୁ ନେଇ ଚିନ୍ତିତ ଏବଂ ତାହାର ସମାଧାନ ପାଇଁ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରିବେ।

ରାଜ୍ୟପାଳଙ୍କ ସମ୍ବୋଧନ ପରେ ବିଧାନ ସଭାର ନିମ୍ନ ସଦନକୁ ଚଳିତ ମାସ ୧୬ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି।

Comments are closed.