ଦାରିଙ୍ଗବାଡିରେ ପୁଣି ମାଓ ପୋଷ୍ଟର

0

କନ୍ଧମାଳ : ଦାରିଙ୍ଗବାଡି ଥାନା ସିମନବାଡି ନିକଟ ବୁଡାଗୁଡାରେ ପୁଣି ମାଓପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି। ପୁଲୱାମା ଆକ୍ରମଣ ପାଇଁ ମୋଦୀ ସରକାର ଦାୟୀ କରି ଏହା ଫାଶିବାଦ ନୀତିର ପରିଣାମ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟ ପଟେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ୨୧ ତାରିଖକୁ ବନ୍ଦ ଘୋଷଣା କରାଯାଇଛି। ଏହାକୁ ସମର୍ଥନ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

 

Leave A Reply