ଜଣଙ୍କୁ ହତ୍ୟା ସହ ୧୦ଗାଡ଼ି ପୋଡ଼ିଲେ ମାଓବାଦୀ

0

ପାଟନା : ବିହାରର ଔରଙ୍ଗାବାଦ ଜିଲାରେ ମାଓବାଦୀଙ୍କ ଆକ୍ରଣରେ ଜଣଙ୍କର ମୃତ୍ୟୁ ଘଟିଛି। ମାଓବାଦୀମାନେ ୧୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି। ଜିଲା ପୁଲିସ ଅଧିକ୍ଷକ ସତ୍ୟପ୍ରକାଶଙ୍କ ସୂଚନାନୁଯାୟୀ, ଦେଓ ଥାନା ଅନ୍ତର୍ଗତ ସୁଦି ବିଗାହ ଗ୍ରାମରେ ମାଓବାଦୀମାନେ ଶନିବାର ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିଲେ। ସେମାନଙ୍କ ଗୁଳିରେ ବିହାର ବିଧାନ ପରିଷଦ ସଦସ୍ୟ ରାଜନ କୁମାର ସିଂହଙ୍କ ମାମୁଁ ନରେନ୍ଦ୍ର ସିଂହ(୫୫)ଙ୍କ ମୃତ୍ୟୁ ଘଟିଛି। ଜଣେ ପୁଲିସ କର୍ମଚାରୀଙ୍କ ଘର ସେମାନେ ପୋଡ଼ି ଦେଇଛନ୍ତି। ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଯିବାରେ ମାଓବାଦୀମାନେ ଚାଲିଯାଇଥିଲେ।

Leave A Reply