ଜେସିବି ପୋଡ଼ିଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶାଢ଼ିଙ୍ଗୀଆ ପଞ୍ଚାୟତର କିଆ ମୁଣ୍ଡା ଗ୍ରାମ ନିକଟରେ ମାଓବାଦୀମାନେ ଏକ ଜେସିବି ଗାଡ଼ି ପୋଡ଼ିଦେଇଥିବା ସୂଚନା ମିଳିଛି। ଜେସିବିଟି ତ୍ରିଶକ୍ତି କନଷ୍ଟ୍ରକସନର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ବିଦେଶୀ ମଦକୁ ବନ୍ଦ କର, ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କର, ଗ୍ରାମରେ ମଦ ବିକୁଥିବା ଲୋକଙ୍କୁ ଧରି ଦଣ୍ଡ ଦିଅ, ମାଓବାଦୀ ନାଁରେ ଡକାୟତି କରୁଥିବା ଲୋକଙ୍କୁ ଧରି ଦଣ୍ଡ ଦିଅ, ସିଆରପି କ୍ୟାମ୍ପ ପାଇଁ ସରପଞ୍ଚଙ୍କୁ ଧର ଲେଖାଥିବା ପୋଷ୍ଟର ଛାଡି ଯାଇଥିବା ଦେଖିବାକୁ ମିଳିଛି। ମାଶ୍ରି ପଡା ଛକଠାରୁ ବାଲନ୍ଦା ପଡା ଆର. ଡି ରାସ୍ତା ନିର୍ମାଣ କରୁଥିଲା ତ୍ରିଶକ୍ତି କନଷ୍ଟ୍ରକସନ୍।

Comments are closed.