ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ଜଣେ ଗିରଫ

0

ମାଲକାନଗିରି: ଏନକାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ବୁଧବାର ଦିନ ମାଛଗୁଡା ଓ ବୁଲାର ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସନ୍ଦେହ କରାଯାଉଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଜଣେ ମାଓବାଦୀକୁ ଗିରଫ କରାଯାଇଛି।
ସେମାନଙ୍କ ନିକଟରୁ ଗୋଟିଏ ୩୧୫ ବୋର ପିସ୍ତଲ, ୪ଟି ସିଙ୍ଗିଲ୍ ବୋର ରାଇଫଲ, ଗୋଟିଏ ପାଇପ ବୋମା, କିଛି ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଫୁଲାବଗଡ ଥାନାରେ ଏ‌ନେଇ ଏକ ମାମଲା ରୁଜୁ କରାଯାଇଛି।

Leave A Reply