ଆତ୍ମ ସମର୍ପଣ କଲା ଦୁର୍ଦାନ୍ତ ମାଓବାଦୀ

ସମାଜ ପୋର୍ଟାଲ ଡେସ୍କ: ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଜଣେ ଦୁର୍ଦାନ୍ତ ମାଓବାଦୀ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦଙ୍କ ନିକଟରେ ଆଜି ଆତ୍ମ ସମର୍ପଣ କରିଛି। ଆତ୍ମ ସମର୍ପଣକାରୀ ମାଓବାଦୀ କମୁଳୁ ବେଟିର ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଅନ୍ତର୍ଗତ କମକା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତ ୨୦୦୭ ମସିହାରେ ମାଓ ସଂଗଠନରେ ଯୋଗ ଦେଇ ଦରଭା ଡିଭିଜନ ଅଧିନସ୍ଥ କାଙ୍ଗେରଘାଟି ଏରିଆ କମିଟିର ଏରିଆ କମିଟି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା। ତା ନାମରେ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।

ତାଙ୍କୁ ସରକାରଙ୍କ ଆତ୍ମ ସମର୍ପଣ ନିତି ଅନୁଯାୟୀ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବା ସହ ବାସଗୃହ ନିର୍ମାଣ ପାଇଁ ଆର୍ଥିକ ସାହାଯ୍ୟ, ପାଠ ପଢ଼ିବା ସଙ୍ଗେ ସଙ୍ଗେ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଶିକେଷ ଡି ଖିଲାରୀ ଓ ବିଏସଏଫ କମାଣ୍ଡାଣ୍ଟ ଅମରେନ୍ଦ୍ର ସିଂ ଉପସ୍ଥିତ ଥିଲେ।

Comments are closed.