ମାଓ ସଂଗଠନ କମିଟି ସଦସ୍ୟଙ୍କ ଆତ୍ମସମର୍ପଣ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ମାଓ ସଂଗଠନ କମିଟି ସଦସ୍ୟ ତୁଳସୀ ଉଲ୍‍କା ଶନିବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କୋରାପୁଟ ପୁଲିସ ମୁଖ୍ୟାଳୟରେ ଏସ୍‍ପି ମୁକେଶ ଭାସଙ୍କ ଉପସ୍ଥିତିରେ ଏହି ମାଓବାଦୀ ଜଣକ ଆତ୍ମସମର୍ପଣ କରିଥିବାର ଜଣାପଡିଛି। ସେ ଗତ ୧୦ବର୍ଷ ହେବ କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ସକ୍ରିୟ ରହିବା ସହ ୧୩ଜଣ ପୁଲିସ କର୍ମୀଙ୍କୁ ହତ୍ୟା ସହ ୧୬ଜଣ ସାଧାରଣ ଲୋକଙ୍କ ହତ୍ୟା ମାମଲାରେ ଜଡିତ ଥିବା ସୂଚନା ମିଳିଛି। ମାଓ ସଂଗଠନଗୁଡ଼ିକ ଦିନକୁ ଦିନ ନିଜ ଆଦର୍ଶରୁ ଲକ୍ଷ୍ୟଚ୍ୟୁତ ହେଉଥିବା ଦର୍ଶାଇ  ସେ ସଂଗଠନ ପରିତ୍ୟାଗ କରିଥିବା କହିଛନ୍ତି। ତାଙ୍କ ନାଁରେ ପୂର୍ବରୁ ୪ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। ତାଙ୍କୁ ସରକାରୀ ନୀତି ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ଏସ୍‍ପି କହିଛନ୍ତି।

Comments are closed.