ସ୍ବାଭିମାନ ଅଞ୍ଚଳରେ ଏନକାଉଣ୍ଟର, ଛତ୍ରଭଙ୍ଗ ଦେଲେ ମାଓବାଦୀ

ମାଲକାନଗିରି: ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଗୁରସେତୁ ନିକଟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁରୁବାର ସକାଳେ ହୋଇଥିବା ଏହି ଏନକାଉଣ୍ଟରରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୩୦୩ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଛି। ସ୍ବାଭିମାନ ଅଞ୍ଚଳର ଗୁରସେତୁ ନିକଟରେ ମାଓବାଦୀ ଶିବିର ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ମାଲକାନଗିରି ଏସପିଙ୍କ ତତ୍ତ୍ଵାବଧାନରେ ଏହି ଅପରେଶନ କରାଯାଇଥିଲା।

Comments are closed.