ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ପାପାରାଓ ମୃତ !

ରାୟଗଡ଼ା: ମାଓବାଦୀ ସଂଗଠନର ଟପ୍‌ କ୍ୟାଡର ନେତା ତଥା ଛତିଶଗଡ଼ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ମାଓବାଦୀ ନେତା ପାପାରାଓର ମୃତ୍ୟୁ ଘଟିଛି। ସେ ଗତ କିଛିଦିନ ହେବ କିଡ୍‌ନୀ ରୋଗରେ ପୀଡ଼ିତ ଥିଲା, ଯେଉଁଥିପାଇଁ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସଂଗଠନର ଟପ୍‌ ଲିଡର ରାମନ୍ନାର ମୃତ୍ୟୁ ପରେ ପାପାରାଓ ମୁଖ୍ୟ ଭାବେ କାମ କରୁଥିଲା। ଛତିଶଗଡ଼ରେ ଆମ୍ବୁସ କରି ୭୬ ଜଣ ଯବାନଙ୍କୁ ହତ୍ୟା କରିବା ଏବଂ ଅନ୍ୟ ବଡ଼ ବଡ଼ ହିଂସାକାଣ୍ଡରେ ପାପାରାଓର ସମ୍ପୃକ୍ତି ଥିଲା। ତା’ ମୁଣ୍ଡ ପାଇଁ ଛତିଶଗଡ଼ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତରେ ପାପାରାଓ ନେତୃତ୍ଵରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଉଥିଲେ।

Comments are closed.