ପୁଲିସ ସହ ଗୁଳି ବିନିମୟ; ଜଣେ ମାଓ ନେତାଙ୍କ ମୃତ୍ୟୁ

ମାଲକାନଗିରି: ଗୁରୁବାର ଦିନ ଓଡିଶାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ  ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀ ନେତାଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ସ୍ବାଭିମାନ ଅଞ୍ଚଳର ଜୋଡମ୍ବୋ ପୋଲିସ ସୀମା ଅନ୍ତର୍ଗତ ଜନ୍ତ୍ରି ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି ।  ସେହିପରି ଆହତ ହୋଇଥିବା ଅନ୍ୟଜଣେ ମାଓବାଦୀଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଛି ।ମୃତ ମାଓ ନେତାଙ୍କ ନାମ କିଶୋର ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ ସେମାନଙ୍କଠାରୁ ଗୋଟିଏ ଏକେ ୪୭, କିଛି ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।  ପ୍ରଥମ ଥର ପାଇଁ ଉତ୍ତର ସ୍ବାଭିମାନ ଅଞ୍ଚଳରେ ଓଡିଶା ପାର୍ଶ୍ୱରୁ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା

Comments are closed.