ମାଓବାଦୀଙ୍କ ବର୍ବର କାଣ୍ଡ ; ପୋଡିଲେ ୬ ଗାଡି, ଗୁଳିମାଡରେ ୧ ମୃତ, ୨ ଆହତ

0

ଝାଡଖଣ୍ଡ : ପୁଣି ଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ଶୁକ୍ରବାର ୬ଟି ଗାଡି ପୋଡିବା ସହିତ ସେମାନଙ୍କ  ଗୁଳିମାଡରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨ଜଣ ଆହତ ହୋଇଛନ୍ତି।

ଝାଡଖଣ୍ଡର ଚକ୍ରଧରପୁର ଥାନା ସମରାନାଳ ନିକଟରେ ମାଓବାଦୀଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨ଜଣ ଆହତ ହୋଇଛନ୍ତି ।  ୧୨ରୁ ୧୪ଜଣ ମାଓବାଦୀ ସଂଘବଦ୍ଧ ଭାବେ ଆକ୍ରମଣ କରି ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ପୋଲ କାମ ଚାଲିଥିବା ବେଳେ ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ଜଣାପଡିଛି। ନିର୍ମାଣ କା​ମରେ ଲାଗିଥିବା ୬ଟି ଗାଡିକୁ ମାଓବାଦୀମାନେ ପୋଡିଦେଇଛନ୍ତି। ଗାଡି ପୋଡିବାପରେ ମାଓବାଦୀମାନେ ଠିକାଦାର କ୍ୟାମ୍ପରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି।

Leave A Reply