ତ୍ରିଲୋଚନପୁରରେ ମାଓପୋଷ୍ଟର

କଳାହାଣ୍ଡି: ଲାଞ୍ଜିଗଡର ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଠାରୁ ଆମଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଶୁକ୍ରବାର  ମାଓବାଦୀଙ୍କ ଏକ ପୋଷ୍ଟର ଦେଖିବାକୁ ମିଳିଛି। ପଞ୍ଚାୟତରେ ଚାଲିଥିବା ଅସ୍ଥାୟୀ ସିଆରପିଏଫ କ୍ୟାମ୍ପକୁ ବନ୍ଦ କରିବା, ଫାସିବାଦୀ ଦମନ ବନ୍ଦ କରାଯାଉ, ମାଓବାଦୀ ସନ୍ଦେହରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ବନ୍ଦ କରାଯାଉ, କାଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କର, ଲାଞ୍ଜିଗଡ ଜନତାଙ୍କୁ ରାତି ଅଧିଆ ଗିରଫଦାରି ବନ୍ଦ କରିବାପାଇଁ ଜନଯୁଦ୍ଧକୁ ତୀବ୍ରତର କର ବୋଲି ଏହି ପୋଷ୍ଟର ଉଲ୍ଲେଖ ରହିଛି। ଏହି ବ୍ୟାନର ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ଜଣାପଡିଛି।ମାଓବାଦୀଙ୍କ ଏହି ପୋଷ୍ଟର ଲାଗିବାପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି।

Comments are closed.