କୁମ୍ବିଂ ଅପରେସନରେ‌ କ୍ୟାଡର ମହିଳା ମାଓବାଦୀ ନିହତ, ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ

କଟକ : କନ୍ଧମାଳ ଜିଲା ଅନ୍ତର୍ଗତ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ଯବାନଙ୍କ କୁମ୍ବିଂ ଅପରେସନରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି ।

ଡିଜିପି ଅଭୟ କହିଛନ୍ତି ଯେ, ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କନ୍ଧମାଳ ଜିଲା ଅନ୍ତର୍ଗତ ଗୋଚ୍ଛାପଡ଼ା ଥାନା ଅଂଚଳରେ ଏସଓଜି ଓ ଡିଭିଏଫ୍‌ ଯବାନମାନେ କୁମ୍ବିଂ ଅପରେସନ କରିଥିଲେ ।କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ଉପସ୍ଥିତି ଜାଣିବା ଯବାନ ମାନେ ଗୁଳି ଚଳାଇଥିଲେ  ଫଳରେ ମାଓବାଦୀମାନେ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଜଙ୍ଗଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ କରାଯାଇଛି।ମାଓବାଦୀ ମୁକାବିଲା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରି ଦିଆଯାଇଛି। ମାଓବାଦୀମାନେ ହିଂସା ଛାଡନ୍ତୁ ବୋଲି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ଆତ୍ମସମର୍ପଣ କରି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନାରୁ ସୁବିଧା ନିଅନ୍ତୁ ବୋଲି ଅପିଲ କରିଛନ୍ତି।

Comments are closed.