ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ବାଲିଗୁଡା : ଗତକିଛି ଦିନ ହେବ କୋଟଗଡବ୍ଲକ ଅନ୍ତରଗତ ଧରାକୋଟ ଗ୍ରାମପଞ୍ଚାୟତର ଜିଆରଏସକୁ ମୋବାଇଲରେ ଧମକ ମିଳିଥିବା ଅଭିଯୋଗ ହୋଇଥିଲା। କୋଟଗଡ ଥାନାଅଧିକାରି ହାରୋମନି ନାୟକ କହିବା ଅନୁଯାଇ ଧରାକୋଟ ଗ୍ରାମପଚାୟତର ଜିଆରଏସ ଉତ୍ତମ ଉଠାଣ ସିଂଙ୍କୁ ଗୁମପଦର ଗାଁ ଜୋଡାବାଲି ଗ୍ରାମପଞ୍ଚାୟତର ହାରଣ ବିସି ମାଝି ନାମକ ଜଣେ ଯୁବକ ମୋବାଇଲରେ ମାଓବାଦୀ ନାମରେ ଧମକଚମକ ଦେବା ସହ ଟଙ୍କା ପଇସା ମାଗିଥିଲା। ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ଜିଆରଏସ ଘର ଆଗରେ ଏକ ଲାଲ ରଙ୍ଗ କନାରେ ମୁଁ କହିବା ଅନୁଯାଇ ସମସ୍ତ ପୂରଣ କର, ନଚେତ ଜୀବନରୁ ମାରି ଦେବି ବୋଲି ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା। ଏହାକୁ ନେଇ ଜିଆରଏସ ଉତ୍ତମ ଉଠାଣ ସିଂ ଗତ ୨୪/୧୧ ରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତି କରି କୋଟଗଡ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ଗତକାଲି ତାକୁ ଧରିବାରେ ସଫଳ ହୋଇଥିଲେ। କୋଟଗଡ ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Comments are closed.