ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀଙ୍କ ଛତ୍ର ଭଙ୍ଗ ; ଜବତ ହେଲା ବିପୁଳ ମାଓ ସାମଗ୍ରୀ

କନ୍ଧମାଳ : କନ୍ଧମାଳ ଓ ନୟାଗଡ ଜିଲା ସୀମାନ୍ତ ଜଙ୍ଗଲରେ ବୁଧବାର ନକ୍ସଲ କ୍ୟାମ୍ପରୁ ପୁଲିସ ବ୍ୟାପକ ମାଓ ସାମଗ୍ରୀ ଜବତ କରିଛି । ଏସଓଜି ଓ ଡିବିଏଫ ଯବାନଙ୍କ ମିଳିତ ଟିମ କୁମ୍ବିଂଙ୍ଗ କରୁଥିବା ବେଳେ ମାଓବାଦୀ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ପରେ କ୍ୟାମ୍ପରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଥିଲା। ଘଟଣା ସ୍ଥଳରୁ ୱାକିଟକି, ଇନଫ୍ରା ରେଡ୍ ୱାଇଡ୍ ଲାଇଫ୍,  କ୍ୟାମେରା, ମାଓ ପୋଷାକ, ମାଓ ପୁସ୍ତିକା, ଡିଟୋନେଟର ସମେତ ବହୁ ମାଓ କ୍ୟାମ୍ପ ଜିନିଷ ପୁଲିସ ଜବତ କରିଛି।

Comments are closed.