ରାସ୍ତାକାମକୁ ବିରୋଧ କରି ୯ଟି ଗାଡି ପୋଡି ଦେଲେ ମାଓବାଦୀ

କଳାହାଣ୍ଡି : କଳାହାଣ୍ଡିରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ୯ଟି ଗାଡି ପୋଡି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୩୦ ରୁ ୪୦ ସଶସ୍ତ୍ର ମାଓବାଦୀ ନୂଆମୁଣ୍ଡା ଠିକା କ୍ୟାମ୍ପକୁ ଆସି ଏପରି କାଣ୍ଡ ଘଟାଇଛନ୍ତି। ତେବେ ସେମାନେ ୫ଟି ଟ୍ରାକ୍ଟର, ୨ଟି ମିସ୍କଚର ମେସିନ୍ ଓ ୨ଟି ଜେସିବି ପୋଡି ଦେଇଥିବା ଜଣାପଡିଛି। ସଂପୃକ୍ତ ଅଞ୍ଚଳରେ ଏକ ଠିକାସଂସ୍ଥା କାମ କରୁଥିବା ବେଳେ ମାଓବାଦୀମାନେ ତାହାକୁ ବିରୋଧ କରି ଏପରି କାଣ୍ଡ ଘଟାଇଥିବା ଜଣାପଡିଛି। ମାଓବାଦୀମାନେ ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପରୁ ଥାନା ଅଧିନର ତଥା କନ୍ଧମାଳ ସୀମାରେ ଥିବା ଉଲ୍ଲାଦନୀ ପଞ୍ଚାୟତ ଉଲ୍ଲାଦନୀ – ମୁଣ୍ଡାମସ୍କା ୩୦ କିଲୋମିଟର ପ୍ରଧାନମନ୍ତୀ ସଡକ ନିର୍ମାଣ କାର୍ଯ୍ୟ ଧର୍ମଗଡର ଠିକାସଂସ୍ଥା ଆରତୀ ଇମ୍ପାଟେକ୍ ଲିମିଟେଡ୍ କରୁଥିଲା। ଏହି ରାସ୍ତା ନିର୍ମାଣ କୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ। କିନ୍ତୁ ମାଓବାଦୀଙ୍କ ବିରୋଧ ସତ୍ୱେ ଠିକାଦାର ରାସ୍ତା କାମ କରୁଥିଲେ। ତେଣୁ ମାଓବାଦୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟଣାସ୍ଥଳକୁ ଆସି କର୍ମଚାରୀଙ୍କୁ ଧମକ ଦେବା ସହ ଗାଡି ଗୁଡିକ ପୋଡି ଚାଲି ଯାଇଥିବା ଜଣାପଡିଛି।

Comments are closed.