ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ବଲାଙ୍ଗୀର : ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ମାଓବାଦୀମା​ନେ ନିଜର ସ୍ଥିତି ଜାହିର କରିଛନ୍ତି । ବଲାଙ୍ଗିର ଜିଲା ରେଙ୍ଗାଲି ଗ୍ରାମପଞ୍ଚାୟତରେ ଜଣେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ ଯବକଙ୍କୁ ଘରୁ ଡାକି ନେଇ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରୁ ପୁଲିସ ପହଞ୍ଚି କିଛି ମାଓ ପୋଷ୍ଟର୍‌ କରିଛି ।

ସୂଚନାଯୋଗ୍ୟ, ରବିବାର ସମାନ ଢଙ୍ଗରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ତିଲରପଙ୍ଗା ଗାଁରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଘରୁ ଡାକି ନେଇ  ହତ୍ୟା କରିଥିଲେ ।

Comments are closed.