ପୁଲିସ-ମାଓବାଦୀ ଗୁଳିବିନିମୟ, ବିସ୍ଫୋରକ ସାମଗ୍ରୀ ଜବତ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁ ଠାରେ ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ଯୋଗୁଁ ଲାଲ ବାହିନୀ ଛତ୍ର ଭଙ୍ଗ ଦେଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣ ବିସ୍ପୋରକ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ତେବେ ଗୁଳି ବିନିମୟରେ କେହି ମୃତାହତ ହୋଇଛନ୍ତି କି ନାହିଁ ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବରକତା ଥାନା ଅନ୍ତର୍ଗତ ସବରଦାନୀ ଜଂଗଲରେ ଏସ.ଟି.ଏଫ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା। ସେହି ସମୟରେ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିବା ଆଇ ଜି ରତ୍ନ ଲାଲ ଡଙ୍ଗୀ ସୂଚନା ଦେଇଛନ୍ତି।

Leave A Reply