ମାଓବାଦୀଙ୍କ ପ୍ରଜାମେଳି

0

ମାଲକାନାଗିରି:  ଆଦିବାସୀଙ୍କ ମୌଳିକ ସୁବିଧା ନେଇ ଖୋଲା ଆଲୋଚନା ପାଇଁ ଆହ୍ୱାନ ଦେଇଛି ମାଓବାଦୀ । ମାଲକାନଗିରି ଜିଲ୍ଲାରେ ବିଏସଏଫ କୋବ୍ରା, ଏସଓଜିର ମାଳମାଳ ପୁଲିସ ବାହିନୀ ରହିଥିଲେ ମଧ୍ୟ ପୁଲିସକୁ ଚ୍ୟଲେଞ୍ଚ କରି ଚିତ୍ରକୋଣ୍ଡା ବିଚିଂନ୍ନାଅଞ୍ଚଳରେ ମାଓବାଦୀ ଏକବଡ ଧରଣର ପ୍ରଜାମେଳି କରିଛନ୍ତି ।

ମାଓନେତା ପ୍ରବିନ, ଛାଲପାତି ସହ ୩ ରାଜ୍ୟର ବହୁ ମାଓନେତା ଯୋଗ ଦେଇଛନ୍ତି । ଆଦିବାସୀଙ୍କ ମୌଳିକ ସୁବିଧା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶ ନାଁରେ ବହୁ ଯୋଜନା କଥା କହି ଲୋକଙ୍କୁ ବିକାଶ ନାମରେ ବିନାଶ ଆଡକୁ ଠେଲି ଦେଉଛନ୍ତି । ଦଣ୍ଡକାରଣ୍ୟର ଜଙ୍ଗଲକୁ ନଷ୍ଟ କରି ବକ୍ସାଇଟ ଖଣି ଖଦନ ପାଇଁ ଏମଓୟୁ ସ୍ୱାକ୍ଷର କରି ଆଦିବାସୀଙ୍କ ଜୀବନ ଜିବିକା ଲୁଟ କରିବାକୁ ଚେଷ୍ଟା କରୁଥିବାରୁ ଲାଲ ବାହିନୀ ଏହାକୁ ବିରୋଧ କରିବେ ବୋଲି କହିଛନ୍ତି । ଆନ୍ଦ୍ର ଓଡିଶା ସୀମାନ୍ତ ଦୁର୍ଗମ ଜଙ୍ଗଲରେ ରାଲେଗେଡା, ପାପରମେଟଲା, ଆନ୍ଦ୍ର ପ୍ରଦେଶର କୋରୁକଣ୍ଡା ର ୨୦୦୦ରୁ ଉର୍ଦ୍ଦ ଆଦିବାସୀଏହି ମେଳି ରେ ଯୋଗ ଦେଇଥିଲେ ।

Leave A Reply