ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

0

ମାଲକାନଗିରି: ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସଲିମି ପଞ୍ଚାୟତର ଧାକୋଡ଼ ରାଶି ନିକଟରେ ଜଣକୁ ମାଓବାଦୀମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବାରୁବେଡା ଗ୍ରାମର ଅନନ୍ତ ରାମ ଭୂମିଆକୁ ମାଓବାଦୀ ହତ୍ୟା କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ବରଗୁଡା ଗ୍ରାମକୁ ଦୁଇଜଣ ଆସି ଗ୍ରାମ ନୋକୋଟରେ ଅନନ୍ତ ରାମ ଭୂମିଆକୁ ଆଦିବାସୀ ନାଟ ଦେଖିବାକୁ ଡାକି ନେଇଥିଲେ। କିନ୍ତୁ ଧାକୋଡ଼ରାଶି ନିକଟରେ ୩୦ ରୁ ୪୦ଜଣ ସଶସ୍ତ୍ର ମାଓବାଦୀ ପୂର୍ବ ଯୋଜନା ଅନୁଯାୟୀ ପ୍ରଜା କୋର୍ଟ କରି ପୁଲିସ ଇନଫର୍ମର ସନ୍ଦେହରେ ଅନନ୍ତକୁ ହତ୍ୟା କରିଥିଲେ।

Leave A Reply