ବିସ୍ଫୋରକ ସାମଗ୍ରୀ ସହ ୧୬ ମାଓବାଦୀ ଗିରଫ

0

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଅଞ୍ଚଳରୁ ୧୬ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ମାଓବାଦୀ ଥିବା ଜଣାପଡିଛି।
ମିନପା ଜଙ୍ଗଲରେ ରବିବାର ଦିନ ମାଓବାଦୀମାନଙ୍କ କ୍ୟାମ୍ପ ସମ୍ବନ୍ଧରେ ସୂଚନା ପାଇ ପୁଲିସ କୁମ୍ବିଂ ଅପରେସନ କରିଥିଲା। ପୁଲିସକୁ ଦେଖି ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ୧୬ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ପୁଲିସ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି।

Leave A Reply