ମାଓବାଦୀଙ୍କ ଦ୍ବାରା ଗଛ କାଟି ରାସ୍ତା ଅବରୋଧ

0

କଳାହାଣ୍ଡି: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଧୀନ ଲାଞ୍ଜିଗଡ଼ – ବନ୍ଧପାରି ରାସ୍ତାକୁ ମାଓବାଦୀମାନେ ଅବରୋଧ କରିଛନ୍ତି। ରାସ୍ତା ଉପରେ ବଡ଼ ବଡ଼ ଗଛ କଟା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।  ଏହାଦ୍ବାରା ଲାଞ୍ଜିଗଡ଼ – ବନ୍ଧପାରି ଗମନାଗମନ ବନ୍ଦ ରହିଛି। ବାରବୁଲି ଗ୍ରାମ ନିକଟରେ ମାଓବାଦୀ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଶ୍ୱନାଥପୁର ଥାନା ଅଧୀନ ବିଶ୍ୱନାଥପୁର – ମୁଷାନାଳ ରାସ୍ତାର ହାତିଶାଳ ଘାଟିରେ ମାଓବାଦୀ ପୋଷ୍ଟର ମାରିଛନ୍ତି। ସେହି ରାସ୍ତାରେ ମଧ୍ୟ ଗମନାଗମନ ବନ୍ଦ ରହିଛି। 

Leave A Reply