ମାଓବାଦୀଙ୍କ ସହିଦ ସପ୍ତାହ : ଲାଲଗଡରେ ନିର୍ମିତ ହେଲା ଲାଲ କୋଠା

0

ମାଲକାନଗିରି – ମାଲକାନଗିରି ଜିଲ୍ଲା ବିଛିନ୍ନାଂଚଳରେ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବା ନେଇ ବ୍ୟାପକ ପ୍ରସ୍ତୁତି ଚଲାଇଥିବା ବେଳେ ଗତ ୨୦୧୬ ରାମାଗୁଡା ଏନକାଉଂଟରରେ ପ୍ରାୟ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ମାଓବାଦୀଙ୍କ ସୃତି ଉଦ୍ଦେଶ୍ୟରେ ବିଛିନ୍ନାଂଚଳରେ ପଣସପୁଟ, ଗୋରାସେତୁ ଠାରେ ଏକ ବିରାଟ ସ୍ମୃତି ଘର ତିଆରି କରିଥିବା ବେଳେ ଦୁଇଟି ସ୍ଥାୟୀ ସ୍ତୁପ ନିର୍ମାଣ କରିଛନ୍ତି। ତେବେ ଏଠାରେ ମାଓବାଦୀ ମାନେ ତାଙ୍କର ସହିଦ ହୋଇଥିବା କମ୍ରେଡଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଲାଲକୋଠା ନିର୍ମାଣ କରିଥିବା ଜଣାପଡିଛି। ଆନ୍ଧ୍ର ଓ ଓଡିଶା ପକ୍ଷରୁ ଏହି ସବୁ ଅଂଚଳ ଗସ୍ତ କରି ଗୁଇନ୍ଦା ବିଭାଗ ପକ୍ଷରୁ ଆଗାମୀ ଦିନରେ ଏହି କୋଠା ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ୨୦୧୬ ମସିହାରେ ଅଗଷ୍ଟ ୨୪ ତାରିଖରେ ଆନ୍ଧ୍ର ଓ ଓଡିଶା ପୁଲିସ ପକ୍ଷରୁ ଚଢଉ କରାଯାଇ ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ପଂଚାୟତର ରାମାଗୁଡା ଠାରେ ପ୍ରାୟ ୩୦ରୁ ଉଦ୍ଦ୍ୱ ମାଓବାଦୀଙ୍କୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା। ଏଥିରେ ମୁନା, ଗଣପତି, ବିକ୍ରାନ୍ତ, ଚଲପତି ବହୁ ଆଗଧାଡିର ମାଓନେତାଙ୍କ ପୁଲିସ ଗୁଳିରେ ମୃତ୍ୟୁବରଣ ହୋଇଥିଲା । ତେବେ ମାଓ ଇତିହାସରେ ସବୁଠାରୁ ବଡ ଝଟକା ଲାଗିଥିଲା। ତେବେ ନିଜର ସାଥୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଲାଲ କୋଠା ନିର୍ମାଣ କରାଯାଇ ବିଭିନ୍ନ ସମୟରେ ଏଠାରେ ଲାଲବାହିନୀ ବୈଠକ କରୁଥିବା ନେଇ ସୂଚନା ମିଳିଛି । ବର୍ତମାନ ଏହି ଅଂଚଳରେ ମାଓନେତା ଆର୍‍.କେ. ଗଣପତି ରହିଥିବା ବେଳେ ତାଙ୍କ ନିର୍ଦେଶରେ ଏଠାରେ ପ୍ରଜାକୋର୍ଟ ଅନୁଷ୍ଠିତ ହେଉଛି । ତେବେ ପୂର୍ବରୁ ପୁଲିସକୁ ଲାଲବାହିନୀକୁ ଏହି ଅଂଚଳରେ ଦମନ ନେଇ କଷ୍ଟ ହେଉଥିବା ବେଲେ ଗୁରୁପ୍ରିୟା ସେତୁ ନିର୍ମାଣ ଦ୍ୱାରା ଆଗାମୀ ଦିନରେ ମାଲକାନଗିରି ଓ ଆନ୍ଧ୍ର ପୁଲିସକୁ ବିଛିନ୍ନାଂଚଳରେ ମାଓ ଦମନ ସହଜ ହେବ ବୋଲି ଜଣାପଡିଛି। ତେଣୁ ମାଲକାନଗିରି ଏସ୍‍.ପି. ଜଗମୋହନ ମୀନା ଓ ବିଶାଖାପାଟଣା ଗ୍ରାମାଂଚଳ ଏସ୍‍.ପି.ଙ୍କ ମିଳିତ ବୈଠକରେ ବିଛିନ୍ନାଂଚଳରେ ମାଓ ନିପାତ ନେଇ ଘନ ଘନ ବୈଠକ ବସୁଥିବା ବେଳେ ଏସ୍‍.ଓ.ଜି, ଡିବିଏଫ୍‍ ଓ ଆନ୍ଧ୍ର ଗ୍ରେହାଉଣ୍ଟ ପୁଲିସ ମିଳିତଭାବେ ଦମନ କରିବା ନେଇ ବିସ୍ତୃତ ରଣନୀତି ମଧ୍ୟ ତିଆରି ହେଉଛିା ଅନ୍ୟ ପକ୍ଷରେ ମାଓବାଦୀଙ୍କ ସୁରକ୍ଷା ଗଡ କୁହାଯାଉଥିବା ବିଛିନ୍ନାଂଚଳ ଆଉ ସୁରକ୍ଷିତ ରହିବ ନାହିଁ ବୋଲି ଜଣାପଡିଛିା

Leave A Reply