ନିର୍ବାଚନ ବର୍ଜନ ପାଇଁ ମାଓ ଧମକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲାରେ ଲୋକସଭା ନିର୍ବାଚନ ମତଦାନ ବର୍ଜନ କରିବା ପାଇଁ ବୁଧବାର ମାଓବାଦୀମାନେ ଧମକ ଦେଇଛନ୍ତି। ପ୍ରକାଶଯୋଗ୍ୟ, ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ହେବାକୁ ଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ଉପରୋକ୍ତ ଧମକ ଦେଇଛନ୍ତି। କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଓ ଥୁଆମୂଲରାମପୁର ଅଞ୍ଚଳରେ ଧମକପୂର୍ଣ୍ଣ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବଂଶଧରା-ନାଗାବଳୀ ମାଓ ଡିଭିଜନ୍ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ଜିଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Comments are closed.