ମାଓବାଦୀଙ୍କ ସମାଧାନ ବିରୋଧୀ ଅଭିଯାନ ଆରମ୍ଭ

0

ମାଲକାନଗିରି/ନବରଙ୍ଗପୁର : ଶୁକ୍ରବାର ମାଓବାଦୀଙ୍କ ସମାଧାନ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ବନ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳର ଅଣ୍ଡାପାଲି ପଞ୍ଚାୟତରେ ମାଓବାଦୀମାନେ ମେଳି ଆରମ୍ଭ କରିଛନ୍ତି । ଏହା ସହ ଝରିଗାଁରୁ ଚନ୍ଦାହାଣ୍ଡି ପର୍ଯ୍ୟନ୍ତ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଯାଇ ଥିବା ଦେଖିବାକୁ ମିଳିଛି । ନବରଂଗପୁର ଚନ୍ଦାହାଣ୍ଡି ଓ କୁର୍ତମଗଡରେ ଅନେକ ସ୍ଥାନରେ ମାଓବାଦୀମାନେ ବ୍ୟାନର ଲଗାଇଛନ୍ତି । ଗରିବ ଆଦିବାସୀଙ୍କୁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଲୁଟ କରୁଥିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ହିସାଂକୁ ଦୃଷ୍ଟିରେ ରଖି ୧୭ଟି ରୁଟର ୨୫ ଟି ବସ ଚଲାଚଳକୁ ବାତିଲ କରାଯାଇଛି । ଏହାର ପ୍ରଭାବରେ ସରକାରୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ କମ୍ବି ଅପରେସନକୁ ଜୋରଦାର କରାଯିବା ସହ ସୁରକ୍ଷାକୁ କଡାକଡି କରାଯାଇଛି ।

Leave A Reply