ମାଓ ପୋଷ୍ଟରରେ ୪ ଜଣଙ୍କୁ ହତ୍ୟା ଧମକ

0

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ବଳଦିଆ ଗୁଡା ଗ୍ରାମ ନିକଟରେ ଶୁକ୍ରବାର ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀଙ୍କ ଟଙ୍କା ହଡପ କରାଯାଇଥିବା ନେଇ ପୋଷ୍ଟରରେ ଅଭିଯୋଗ ହୋଇଛି । ଟଙ୍କା ହଡପ କରାଯାଇ ଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯବି ବୋଲି ସେଥିରେ ଉଲ୍ଲେଖ ହୋଇଛି । ଏହି ପୋଷ୍ଟରରେ ଟଙ୍କା ହଡପ କରିଥିବା ୪ ଜଣଙ୍କ ନାମରେ ମାଓବାଦୀ ପକ୍ଷରୁ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଧମକ ଦିଆଯାଇଛି । ସେଥିରେ ଥିବା ୪ଟି ନାମ ମଧ୍ୟରୁ ଜଣେ ଶିକ୍ଷକ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

Leave A Reply