କଲ୍ୟାଣସିଂହପୁରରେ ମାଓ ପୋଷ୍ଟର

0

ରାୟଗଡ: କଲ୍ୟାଣସିଂହପୁର ବ୍ଲକର ପାରାଶାଳୀ ଗ୍ରାମରେ ୪ଟି ମାଓ ପୋଷ୍ଟର ଜବତ ହୋଇଛି । ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ପୋଷ୍ଟରରେ ଉଲ୍ଲେଖ ରହିଛି । ମିଛ ବିକାଶରେ ଭଲନ୍ତୁ ନାହିଁ, ଦଲାଲ ସରକାରଙ୍କ ମିଠାମିଠା କଥାରେ ପଡି ଦେଶକୁ ଆହୁରି ପରାଧିନତା ଭିତରକୁ ଠେଲନ୍ତୁ ନାହିଁ ବୋଲି ପୋଷ୍ଟରରେ ଆହ୍ବାନ ଦିଆଯାଇଛି। ଆନ୍ଦୋଳନକୁ ବଦନାମ କରିବା ଏବଂ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଅମ୍ବାଗୁଡାରେ ସିଆରପିଏଫ ଯବାନମାନେ ବମ୍ ଖଞ୍ଜି ମାଓବାଦୀଙ୍କ ଉପରେ ମିଥ୍ୟାରୋପ ଲଗାଯାଇଛି ବୋଲି ପୋଷ୍ଟର ଲେଖା ହୋଇଛି।

Leave A Reply