ବଂଶଧାରା ନଦୀ ପୋଲ ନିକଟରେ ଧମକପୂର୍ଣ୍ଣ ମାଓ ପୋଷ୍ଟର

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ବଂଶଧାରା ନଦୀ ପୋଲ ନିକଟରେ ଶୁକ୍ରବାର ଏକ ଧମକପୂର୍ଣ୍ଣ ମାଓ ପୋଷ୍ଟର ଠାବ ହୋଇଛି। ଉକ୍ତ ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳର ୨୭ ଜଣ ରାଜନେତାଙ୍କ ନାମ ଉଲ୍ଲେଖ ରହିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଉକ୍ତ ରାଜନେତାମାନେ ବା.ଘୁ.ନା ଡିବିଜନାଲ କମିଟି ନିକଟରେ ସରେଣ୍ଡର କରନ୍ତୁ ନଚେତ ପ୍ରଜାକୋର୍ଟରେ ବିଚାର ହେବ ବୋଲି ଉକ୍ତ ପୋଷ୍ଟେରରେ ଉଲ୍ଲେଖ ରହିଛି। ଅପରପକ୍ଷେ ଗୁଡାରି ପୁଲିସ ପୋଷ୍ଟର ଜବତ କରିବା ସହ ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଜାରି ରଖିଛି।

Comments are closed.