କଳାହାଣ୍ଡିରେ ମାଓ ପୋଷ୍ଟର ଜବତ

ଭବାନିପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ଥାନା ଅଧିନର ଉର୍ଲାଦାନୀ ଓ ମୋହନଗିରି ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସହିଦ ସପ୍ତାହ ପାଳନକୁ ସମର୍ଥନ ଏବଂ ଉର୍ଲାଦାନୀରେ ଥିବା ସିଆରପିଏଫ କ୍ୟାମ୍ପକୁ ଉଡାଇ ଦେବା ଆଦି ଦାବିରେ ମାଓବାଦୀମାନେ ଏହି ପୋଷ୍ଟର ମାରିଛନ୍ତି । ଜଳ,ଜମି ଓ ଜଙ୍ଗଲ ଅଧିକାର ପାଇଁ ଏକଜୁଟ ହେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

Comments are closed.