ଶିବ ମନ୍ଦିର କାନ୍ଥରେ ମାଓ ପୋଷ୍ଟର

0

ରାୟଗଡ଼ା: କଲ୍ୟାଣସିଂହପୁରରେ ଥିବା ଏକ ଶିବ ମନ୍ଦିର କାନ୍ଥରୁ ୪ଟି ମାଓପୋଷ୍ଟର ଜବତ ହୋଇଛି। ବାଘୁନା ଡିଭିଜନାଲ କମିଟି ସିପିଆଇ ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇ ଥିବା ଜଣାପଡିଛି। କିଛି ଟଙ୍କା ଓ ମୋବାଇଲ ଲୋଭରେ ପଡି ପୁଲିସ କମ୍ପାନୀର ଦଲାଲ ବନନ୍ତୁ ନାହିଁ କି ନିଜ ଭାଇ ଭଉଣୀଙ୍କୁ ମାରି ଲୋକଙ୍କ ଶତ୍ରୁ ବନନ୍ତୁ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଜନ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସ୍ଥାନୀୟଯୁବକଙ୍କୁ ଟଙ୍କା ଓ ମୋବାଇଲ ଦେଇ ରାୟଗଡା ଏସପି ପୁଲିସ ଇନଫରମର ବନାଉଛନ୍ତି। ମାନଙ୍କର ଏଭଳି କାର୍ଯ୍ୟକୁ ବିରୋଧରେ ପ୍ରତିବାଦ କରିବାକୁ ପୋଷ୍ଟରରେ ଦର୍ଶାଯାଇଛି।

Leave A Reply