ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦାରଙ୍କୁ ହତ୍ୟା, ୪ଟି ଗାଡି ପୋଡିଲେ ମାଓବାଦୀ

0

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲାର ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂରରେ ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରି ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ୪ଟି ଗାଡି ପୋଡି ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ।

ବିଜାପୁରର ଦୁରକୋଇଟପାଲ ଠାରୁ ତୁମନା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା ।  ଏହାକୁ ବିରୋଧ କରି ମାଓବାଦୀମାନେ ରବିବାର ରାତିରେ ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିବା ସହ ଠିକାଦାର ବିଳାଶ କୁମାରଙ୍କୁ ଅପହରଣ କରି ନେଇଥିଲେ । ବିଳାଶଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେଠାରେ ରାସ୍ତା ନିର୍ମାଣ କରୁଥିବା ଠିକାଦାରମାନଙ୍କୁ ହତ୍ୟା କରାଯିବ ବୋଲି ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି ।

Leave A Reply