ଅଟକ ଲଞ୍ଚ ଓ କର୍ମଚାରୀଙ୍କୁ ଛାଡିଲେ ମାଓବାଦୀ

ଚିତ୍ରକୋଣ୍ଡା: ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ଅଟକ ରଖିଥିବା ମୋଟର ଲଞ୍ଚଗୁଡିକୁ ମାଓବାଦୀମାନେ ଛାଡିଛନ୍ତି । ମାଓବାଦୀମାନେ ଶୁକ୍ରବାର ସକାଳ ଗୋଟିଏ ଲଞ୍ଚ ଛାଡିଥିବା ବେଳେ ଅପରାହ୍ନ ସୁଦ୍ଧା ଅନ୍ୟ ୩ଟି ଲଞ୍ଚକୁ ମଧ୍ୟ ଛାଡି ଦେଇଛନ୍ତି । ଲଞ୍ଚ ସହ ଅଟକ ଥିବା ସମସ୍ତ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀମାନେ ଛାଡି ଦେଇଛନ୍ତି । ଫେରିଥିବା ଲଞ୍ଚ ପଛରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଭୋଟ୍ ବର୍ଜନ ପାଇଁ ଉକ୍ତ ମାଓ ପୋଷ୍ଟରରେ ଆହ୍ବନ ଦିଆଯାଇଛି ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରୁ ବାଲିମେଳା ଜଳଭଣ୍ଡାରରେ ଯନ୍ତ୍ରୀ ଏବଂ ସିନ୍ଧିପୁଟକୁ ଯାତ୍ରୀ ନେଇ ଯାଇଥିବା ୪ଟି ଲଞ୍ଚ୍‌ ଓ କର୍ମଚାରୀଙ୍କୁ ମାଓବାଦୀମାନେ ଅଟକ ରଖିଥିଲେ । ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଲଞ୍ଚ୍‌ ଓ କର୍ମଚାରୀମାନଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି।

Comments are closed.