ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ

0

କନ୍ଧମାଳ : ସଦରଥାନା ପାତିଆମ୍ବା ଗାଁରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖାଯାଇଛି। ମାଓବାଦୀମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଗୁଆଳୀ ରବୀନ୍ଦ୍ର ମଲ୍ଲିକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ରାସ୍ତାକାମରେ ନିୟୋଜିତ ଗୋଟିଏ ରୋଲର, ୩ଟି ଟ୍ରାକ୍ଟର ସହ ୫ଟି ଗାଡ଼ିକୁ ଜାଳିଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସିପିଆଇ ମାଓବାଦୀ କେକେବିଏନର ପୋଷ୍ଟର ମଧ୍ୟ ଠାବ ହୋଇଛି। ପୋଷ୍ଟରରେ ଗତବର୍ଷ ସେହି ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ ବିଷୟରେ ଉଲ୍ଲେଖ ରହିଛି। ସେହି ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିଲେ।

Leave A Reply