ପୁଲିସକୁ ବୋକା ବନେଇବାକୁ ମାଓବାଦୀଙ୍କ ଅଭିନବ ଉପାୟ

0

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବୋକା ବନେଇବାକୁ ମାଓବାଦୀମାନେ ଏକ ଅଭିନବ ଉପାୟ ଅାପଣାଇଛନ୍ତି । ମାଓବାଦୀର ରୂପରେ କଣ୍ଢେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଆକ୍ରମଣାତ୍ମକ ଢଙ୍ଗରେ ଜଗି ରହିଛନ୍ତି । ଯାହାକୁ ସୁରକ୍ଷାକର୍ମୀ ମାଓବାଦୀ ଭାବି ଗୁଳି ଚଳାଇବେ ଏବଂ ଏହାର ସୁଯୋଗ ନେଇ ଅସଲ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବେ । ହେଲେ ମାଓବାଦୀଙ୍କ ଏଭଳି ଏକ ନାଟକୀୟ ଢଙ୍ଗର ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛି ।

ମାଓବାଦୀମାନେ ନଡ଼ାରେ ବଡ଼ ବଡ଼ ପିତୁଳା ବା କଣ୍ଢେଇ ତିଆରି କରି, ପ୍ୟାଣ୍ଟସାର୍ଟ ପିନ୍ଧାଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଗଛରେ ବାନ୍ଧି ଦେଇଛନ୍ତି । ସେମାନଙ୍କ ହାତରେ ରହିଛି କାଠ ବନ୍ଧୁକ । ଏହି ଦୃଶ୍ୟକୁ ଯେ କେହି ଦେଖିବ ହଠାତ୍ ମାଓବାଦୀ ଭାବି ଡରିଯିବ । ଗତକାଲି ଛତିଶଗଡ଼ର ସୁକମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ପରେ ଜଙ୍ଗଲ ଭିତରୁ ଏଭଳି କଣ୍ଢେଇ ବା ପିତୁଳା ଜବତ ହୋଇଛି । ଯାହା ଦ୍ବାରା ମାଓବାଦୀଙ୍କ କଣ୍ଢେଇ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡୁଛି ।

Leave A Reply