ଏନକାଉଣ୍ଟର ଜଣେ ମାଓବାଦୀ ନିହତ

0

ମାଲକାନାଗିରି: ମାଲକାନାଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା-ସୁକୁମା ଜିଲ୍ଲା ନିକଟରେ ଥିବା ମୂଲେର ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନ ଗୁଳିରେ ଜଣେ ମାଓବାଦୀ ମୃତ ନିହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗୁରୁବାର ସକାଳେ ଯବାନମାନେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଗୁଳି ବର୍ଷଣ କରିଥିଲେ । ଯବାନମାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ପୋଲିସ ଏନକାଉଣ୍ଟରରେ ୮ଜଣ ମାଓବାଦୀ ନିହତ ହୋଇଥିଲା ।

Leave A Reply