କନ୍ଧମାଳରେ ମାଓ ପୋଷ୍ଟର

0

କନ୍ଧମାଳ : କନ୍ଧମାଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି।  ଫିରିଙ୍ଗିଆ, ଗୁଛାପଡ଼ାରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି। ଚାଲିଥିବା କୃଷକ ଆନ୍ଦେଳନକୁ ସମର୍ଥନ ଏବଂ ପ୍ରତିରୋଧକୁ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଗିରଫ କୃଷକ ନେତା ଏବଂ କୃଷକମାନଙ୍କୁ ଶୀଘ୍ର ଛାଡ଼ିବାକୁ ପୋଷ୍ଟର ଜରିଆରେ ନକ୍ସଲମାନେ ଜଣାଇଛନ୍ତି।

Leave A Reply