ଆଫଗାନିସ୍ତାନ ମସଜିଦରେ ବିସ୍ପୋରଣ ୬୨ମୃତ, ୬୦ଆହତ

ଆଫଗାନିସ୍ତାନ : ଆଫଗାନିସ୍ତାନର ନଗରହାର ଅଞ୍ଚଳରେ ଥିବା ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ପୋରଣରେ ୬୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ଜଣ ଆହତ ହୋଇଛନ୍ତି। ବିସ୍ପୋରଣ ପରେ ପୁଲିସ ମସଜିଦ୍ ଚର୍ତୁପାଶ୍ବ ଘେରୀ ରହିଛି।

ସୂଚନା ମୁତାବକ, ମସଜିଦରେ ପାଖାପାଖି ୩୫୦ଲୋକ ଏକତ୍ର ନମାଜ ପାଠ କରୁଥିବା ସମୟରେ ବିସ୍ପୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବାବେ​‌ଳେ କିଛି ଲୋକ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ହକ୍କାମୀନା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୬୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି।
କିଛିଦିନ ପୂର୍ବେ ଆଫଗାନିସ୍ତାର ଗଜନୀ ବିଶ୍ବବିଦ୍ୟାଳୟ ଭିତରେ ବିସ୍ପୋରଣ ହୋଇଥିଲା। ଯେଉଁଥିରେ ୮ଜଣ ଛାତ୍ରୀ ଆହତ ହୋଇଥିଲା।

Comments are closed.