ରଣବୀରଙ୍କ ସହ ପରଦାରେ ଏକାଠି ନଜର ଆସିବେ ମାନୁଷୀ ଛିିଲ୍ଲର!

ମୁମ୍ବଇ : ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ଼ ଏଣ୍ଟ୍ରିକୁ ନେଇ ଚଳିତ ଦିନରେ ଚର୍ଚ୍ଚା ଜାରି ରହିଛି। ଇତି ମଧ୍ୟରେ ମାନୁଷୀ ଖୁବଶୀଘ୍ର ରଣବୀର ସିଂହଙ୍କ ସହ ପରଦାରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ସୂଚନା ଅନୁସାରେ, ୟଶରାଜ ଫିଲ୍ମସର ଆଗାମୀ ପ୍ରୋଜେକ୍ଟରେ ମାନୁଷୀ ରଣବୀରଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିବେ। ମନୀଷ ଶର୍ମା ଏହାର ନିର୍ଦ୍ଦେଶନା ଦେବେ। ସୂଚନାଯୋଗ୍ୟ, ରଣବୀରଙ୍କ ପ୍ରଥମ ଚଳଚ୍ଚିତ୍ର ‘ବ୍ୟାଣ୍ଡ୍‍ ବାଜା ବାରାତ୍‍’ର ନିର୍ଦ୍ଦେଶନା ମଧ୍ୟ ମନୀଷ ଶର୍ମା ହିଁ ଦେଇଥିଲେ। ଏହି ଚଳଚ୍ଚିତ୍ର ପାଇଁ ମାନୁଷୀ ଓ ରଣବୀରଙ୍କ ଯୋଡ଼ିକୁ ଚୟନ କରାଯାଇଛି ସତ କିନ୍ତୁ ମାନୁଷୀ ନିର୍ମାତା-ନିର୍ଦ୍ଦେଶକ ଫରାହ ଖାନ୍‍ଙ୍କ ଚଳଚ୍ଚିତ୍ର ଜରିଆରେ ହିଁ ବଲିଉଡ଼ରେ ପାଦ ଥାପିବେ।

ଉଲ୍ଲେଖଯୋଗ୍ୟ, ମାନୁଷୀ ଓ ରଣବୀର ପୂର୍ବରୁ ଏକ ବିଜ୍ଞାପନରେ ମଧ୍ୟ ଏକାଠି କାମ କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ଲୋକେ ଖୁବ୍‍ ପସନ୍ଦ କରିଥିଲେ।

Comments are closed.