ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ଵର : କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ଜଣ ବିଧାୟକ ବୈଠକରେ ଭାଗ ନେଇଛନ୍ତି ।

ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଦିବଙ୍ଗତ ବିଧାୟକ, କରୋନା ଯୋଦ୍ଧା ଏବଂ ସୁରକ୍ଷା କର୍ମୀଙ୍କ ପାଇଁ ଶୋକ ପ୍ରସ୍ତାବ ଗୃହିତ ହେବା ପରେ ଗୃହକୁ ଦିନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

Comments are closed.