ଦେଶରେ ଏଥର ସ୍ୱାଭାବିକ ବର୍ଷା -ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ . – ଚଳିତ ବର୍ଷ ଦେଶରେ ସ୍ୱାଭବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏସିଆର ତୃତୀୟ ବୃହତ ଅର୍ଥନୀତି ଭାରତରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି । ଅଧିକାଂଶ ସ୍ଥାନରେ ଜମିରେ ଭଲ ଜଳ ସେଚନର ବ୍ୟବସ୍ଥା ନାହିଁ । ବର୍ଷା ଯୋଗୁଁ ଜମିରେ ଚାଷ କରିବାପାଇଁ ପାଣି ମିଳିଥାଏ । ଭଲ ବର୍ଷା ହେଲେ କୃଷି କ୍ଷେତ୍ରରେ ଏହାର ଭଲ ପ୍ରଭାବ ପଡିଥାଏ । ଚଳିତଥର ମୌସୁମୀ ବର୍ଷା ଦୀର୍ଘ କାଳୀନ ହାରାହାରି ଅନୁପାତର ୯୬ ପ୍ରତିଶତ ରହିବ ବୋଲି ଭାରତୀୟ ପାଣାପାଗ ବିଭାଗ ରିପୋର୍ଟ ପ୍ରକାଶ କରିଛି ।

ଜୁନ୍‌ ମାସରୁ ଭାରତରେ ମୌସୁମୀବାୟୁ ସକ୍ରିୟ ହେଉଥିବା ବେଳେ ଜୁନ୍‌ଠାରୁ ସେପ୍ଟେମ୍ବର ୪ ମାସ ମଧ୍ୟରେ ଦେଶରେ ମୌସୁମୀ ବର୍ଷା ହୋଇଥାଏ । ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଇଥାଏ । ଗତ ୫୦ ବର୍ଷ ମଧ୍ୟରେ ଦେଶରେ ବର୍ଷାର ହାରାହାରି ଅନୁପାତ ୮୯ ରହିଛି । କେବଳ ଜୁଲାଇ ମାସରେ ସ୍ୱଳ୍ପ କାଳୀନ ହାରାହାରି ଅନୁପାତର ବର୍ଷାର ୯୫ ପ୍ରତିଶ ବର୍ଷା ହୋଇଥାଏ । ଅଗଷ୍ଟ ମାସରେ ସ୍ୱଳ୍ପ କାଳୀନ ହାରାହାରି ଅନୁପାତର ୯୯ ପ୍ରତିଶତ ବର୍ଷା ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । କେବଳ ମୌସୁମୀ ସକ୍ରିୟା ଥିବା ସମୟରେ ଦେଶର ସମୁଦାୟ ବର୍ଷାର ୭୦ ପ୍ରତିଶତ ବର୍ଷା ହୋଇଥାଏ ।

Comments are closed.